Skip to content
ଭୁବନେଶ୍ୱର, ୩୧/୦୮: ରାଜ୍ୟ ସରକାର ଅନଲକ୍ -୪ ପାଇଁ ଗାଇଡ୍ ଲାଇନ୍ ଜାରି କରିଛନ୍ତି । କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍ ଅନୁସାରେ କୋଭିଡ୍-୧୯ ଜନିତ ପରିସ୍ଥିତିରେ ରାଜ୍ୟ ସରକାର ପ୍ରସ୍ତୁତ କରିଥିବା ଗାଇଡଲାଇନସରେ ଅନେକ କିଛି ବିଶେଷ ପରିବର୍ତ୍ତନ ମଧ୍ୟ ରହିଛି । ମୋଟାମୋଟି ଭାବେ କୋଭିଡ୍ କଟକଣା କୋହଳ ହୋଇଛି । ଆସନ୍ତାକାଲିଠାରୁ ରାଜ୍ୟରେ ବସ୍ ଚଳାଚଳ କରିବ । ରାଜ୍ୟ ଭିତରେ ଏବଂ ରାଜ୍ୟ ବାହାରକୁ ଏବେ ବସ୍ ଚଳାଚଳରେ କଟକଣା ନାହିଁ । ରାତ୍ରିକାଳିନ କର୍ଫ୍ୟୁକୁ ହଟାଇ ଦେଇଛନ୍ତି ସରକାର । କିନ୍ତୁ ଦୋକାନ ବଜାର ଖୋଲିଲେ ବି ମାସ୍କ, ସୋସିଆଲ ଡିଷ୍ଟାନ୍ସିଂ ଭଳି କୋଭିଡ୍ ଗାଇଡଲାଇନ୍ ବଳବତ୍ତର ରହିବ । ତେବେ ସପ୍ତାହ ଶେଷରେ ଦୁଇଦିନିଆ ସଟଡାଉନ୍ ଏବେ ହଟିଛି । କିନ୍ତୁ କେବଳ ଶନିବାର ସରକାରୀ ଅଫିସ ବନ୍ଦ ରହିବ । ଅନ୍ୟପକ୍ଷରେ ୫୦ ପ୍ରତିଶତ କର୍ମଚାରୀରେ ଅଫିସ୍ ଚାଲିବ । ପୂର୍ବ ନିଷ୍ପତ୍ତି ଅନୁଯାୟୀ ପୂଜାଛୁଟି ପର୍ଯ୍ୟନ୍ତ ସ୍କୁଲ-କଲେଜ ବନ୍ଦ ରହିବ ।