Skip to content
ମୁମ୍ବାଇ ୨।୯ : ରିୟା ଚକ୍ରବର୍ତ୍ତୀଙ୍କ ଡ୍ରଗ୍ସ ଲିଙ୍କକୁ ନେଇ ଆଜି ନାର୍କୋଟିକ୍ସ ବ୍ୟୁରୋ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ବ୍ୟକ୍ତି ଦୁଇ ଜଣ ହେଲେ ଅବଦୁଲ ବାସିତ ପରିହାର ଓ ଜୈଦ୍ ଭିଲିଟ୍ରା। ଦୁହିଁଙ୍କୁ ମୁମ୍ବାଇରୁ ଗିରଫ କରାଯାଇଛି। ଅଭିଯୋଗ ମୁତାବିକ, ରିୟାଙ୍କ ଭାଇ ଶୋଭିକଙ୍କ ନିର୍ଦ୍ଦେଶରେ ସୁଶାନ୍ତଙ୍କ ହାଉସ୍ ମ୍ୟାନେଜର ସାମୁଏଲ ମିରାଣ୍ଡା ଏମାନଙ୍କଠାରୁ ଡ୍ରଗ୍ସ ଆଣୁଥିଲେ। ଇଡିର ପଚରାଉଚରା ସମୟରେ ଗିରଫ ଅଭିଯୁକ୍ତ ଦୁହେଁ ରିୟାଙ୍କ ଭାଇ ଶୋଭିକଙ୍କ ନାଁ ନେଇଥିଲେ। ସୁଶାନ୍ତ ସିଂ ରାଜପୁତ ମାମଲାର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ରିୟା ଚକ୍ରବର୍ତ୍ତୀ। ଏହି ମାମଲାର ତଦନ୍ତରେ ସିବିଆଇ, ଇଡି ଏବଂ ଏନସିବି ଜଡିତ ଅଛନ୍ତି। ରିୟା ଚକ୍ରବର୍ତ୍ତୀଙ୍କୁ ଇଡି ଏବଂ ସିବିଆଇର ପଚରାଉଚରା ଜାରି ରଖିଛି। ସିବିଆଇ ରିୟାଙ୍କ ପିତାମାତାଙ୍କୁ ମଧ୍ୟ ପଚରାଉଚରା କରୁଛି। ଆଜି ଏହି ମାମଲାରେ ଲଗାତାର ୧୩ ଦିନ ଧରି ସିବିଆଇର ଛାନ୍ଭିନ୍ ଜାରି ରହିଛି । ପ୍ରତିଦିନ ନୂଆ ନୂଆ ଖୁଲାସା ସାମ୍ନାକୁ ଆସୁଛି।