155

ବଗଳା ମଠ ପାଇଁ ଇ.ପିଟିସନ ଫାଇଲ କଲା ବିଜେପି

ଗଞ୍ଜାମ,୩/୯ (ମନୋଜ ପାତ୍ର):ରାଜ୍ୟ ବିଜେପିର ନିର୍ଦ୍ଦେଶ କ୍ରମେ ଘୁମୁସର ଜିଲ୍ଲାର ବିଜେପି ନେତା ପ୍ରମୋଦ କୁମାର ପଣ୍ଡାଙ୍କ ଅନୁରୋଧରେ ଶରଣ ଶ୍ରୀକ୍ଷେତ୍ର ମାରଦା ଠାରେ ଇ.ପିଟିସନ ପାଇଁ ପ୍ରସ୍ତାବ ହୋଇଥିଲା ସମସ୍ତ ବିଜେପି କର୍ମୀ ଏହିଥିରେ ସହମତି ଦେଇ ନିଜ ନିଜର ମୋବାଇଲ ଜରିଆରେ ନିଜ ନିଜର ଦାବିକୁ ଜଣାଇବା ସହ ହସ୍ତାକ୍ଷର ଦେଇଥିଲେ ।ବହୁ ବିଜେପି କର୍ମୀ ସମିଲ ଥିବାବେଳେ ଆଜି ରାଜ୍ୟ ସାରା ଏହି ଇ.ପିଟିସନ ଦାଖଲ ହେଉଥିବା ଜଣାପଡ଼ିଛି । ବଗଳା ମଠର ଜାଗାକୁ ବିକ୍ରି କରିବା ପାଇଁ ଯେଉଁ ମସୁଧା ହୋଇଛି ତାକୁ ତୁରାନ୍ତ ପ୍ରତ୍ୟାହାର କରାଯାଉ ମଠକୁ ପୁନଃଉଦ୍ଧାର କରିବା ସହ ଲୋକଙ୍କ ଉଦ୍ଧେଶ୍ୟରେ ସମର୍ପିତ କରାଯାଉ ବୋଲି ଦାବି ହୋଇଛି ।

Spread the love