82

ବନ୍ୟା ପ୍ରପୀଡିତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଘୋଷିତ ଚାଉଳ ଓ ଟଙ୍କା ପ୍ରଦାନ କଲେ ବିଧାୟକ

ରାଜନଗର,୩ା୯(ଓଡିଆନ ମିଡିଆ  ) ; ରାଜନଗର ବ୍ଲକରେ ବନ୍ୟା କ୍ଷତିଗ୍ରସ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାଇ ୫୦କି.ଗ୍ର ଚାଉଳ ଓ ୫ଶହ ଟଙ୍କା ପ୍ରଦାନ କରାଯାଇଛି । ଏହି ବ୍ଲକର ବନ୍ଧପଡା ପଞ୍ଚାୟତର ଫିରିକିଦାଣ୍ଡି ଠାରେ ବିଧାୟକ ଧ୍ରୁବ ସାହୁ ଏହାର ଶୁଭାରମ୍ଭ କରିଛନ୍ତି । ଗୁରୁବାର ବନ୍ୟା ବିପନ୍ନଙ୍କ ମଧ୍ୟରୁ ୫୦ ପରିବାରକୁ ଦିଆଯାଇଛି । ଏହି ବ୍ଲକର ବନ୍ଧପଡା, ଓସ୍ତିଆ, ବେଲପାଳ, ରାଜପୁର, କେରଡାଗଡ, ରାଜନଗର, ମହୁଲିଆ ଓ ଚାନ୍ଦିବାଉଁଶମୂଳପଞ୍ଚାୟତର ବନ୍ୟା ବିପନ୍ନଙ୍କୁ ପ୍ରଦାନ କରାଯିବ । ଯେଉଁ ମାନଙ୍କର ରାସନକାର୍ଡ ନାହିଁ ସେହି ପରିବାର ମାନଙ୍କୁ ରାଜସ୍ୱ ନିରୀକ୍ଷକ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଅଙ୍ଗନୱାଡିକର୍ମୀ ମିଳିତ ଭାବେ ସର୍ଭେ କରି ରିପୋର୍ଟ ପ୍ରଦାନ କରିବା ପରେ ସେମାନଙ୍କୁ ଦିଆଯିବ ।
Spread the love