343

ପାଦ ଦେଲେ ଅଭ୍ୟା ହେବେକି ନନ୍ଦିନୀ

ଭୁବନେଶ୍ୱର,୧୪/୯- ଓଡ଼ିଶାର ଏକ ମାତ୍ର ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ଆମ ଠାରୁ ବିଦାୟ ନେବାରେ ୧୪ ବର୍ଷ ବିତିଗଲାଣି । ଜଣେ ନିର୍ଭିକ ଏବଂ ଦୃଢ଼ମନା ମହିଳା ଭାବେ ଆମ ସମସ୍ତଙ୍କ ନିକଟରେ ନନ୍ଦିନୀ ଦେବୀ ଖୁବ୍ ପରିଚିତ । ଅଗ୍ନିବର୍ଷୀ ଆଗ୍ନେୟ, ଉଦ୍‌ଗୀରଣ ଆଭାରେ ସବୁ ବେଳେ ଉଦ୍‌ଭାସିତ ନନ୍ଦିନୀ ଦେବୀ ଓଡ଼ିଶା ମାଟିର ଏକ ଜ୍ୱଜଲ୍ୟମାନ ନକ୍ଷତ୍ର ସଦୃଶ୍ୟ । ୧୪ ବର୍ଷ ପରେ କାହିଁକି ମନେ ପଡ଼ିଲେ ଏ ଅବେଳରେ ନନ୍ଦିନୀ ଦେବୀ । ଜାଣିଲେ ଆପଣ ନିଶ୍ଚୟ ଆର୍ଶଯ୍ୟ ପ୍ରକଟ କରିବେ । ପୁଣି ଥରେ ସେ କ’ଣ ଆସିଲେକି । ହଁ ନିଶ୍ଚୟ । ସେ ଏକ ନୂଆ ରୂପରେ କେବଳ ନନ୍ଦିନୀ ଦେବୀ ନାଁରେ ନୁହେଁ ଅଭ୍ୟା ନନ୍ଦିନୀ ଶତପଥୀ ଭାବେ ଓଡ଼ିଶାରେ ପାଦଦେଲେ । ମାତ୍ର ଦୁଇ ଦିନର ଶିଶୁ କନ୍ୟା  । ସାମ୍ବାଦିକ, ଲେଖକ, ପ୍ରବୀଣ ରାଜନେତା ତଥା ଢ଼େଙ୍କାନାଳର ପୂର୍ବତନ ସାଂସଦ ତଥାଗତ ଶତପଥୀଙ୍କ ଔରସରୁ ଜନ୍ମନେଇଛନ୍ତି ଏକ ଶିଶୁ କନ୍ୟା । ଯାହାର ନାମ କରଣ ଅଭ୍ୟା ନନ୍ଦିନୀ ଶତପଥୀ ବୋଲି ଖୋଦ୍ ତଥାଗତ ବାବୁ ଟୁଇଟ୍ ଯୋଗେ ଲେଖିଛନ୍ତି । ନନ୍ଦିନୀ ଦେବୀଙ୍କ ନାମ ସହିତ ଯୋଡ଼ାଗଲା ଅଭ୍ୟା । ଯାହାକି ନନ୍ଦିନୀ ଦେବୀଙ୍କ ନାତୁଣୀ ଅଟନ୍ତି ଅଭ୍ୟା । ପୁଣି ୬୦ ବର୍ଷ ପରେ ମାତୃତ୍ୱ ଲାଭ କରିଛନ୍ତି ତଥାଗତ ବାବୁ । ପୂର୍ବରୁ ତାଙ୍କର ୧୪ ବର୍ଷର ପୁତ୍ର ସନ୍ତାନ ଅଛନ୍ତି । ନିଜ ଜିଦ୍ ଆଉ ପରାକାଷ୍ଠାରେ ତଥାଗତ ବାବୁ ଓଡ଼ିଶାରେ ଏକ ବ୍ୟତିକ୍ରମ । ଆମେ ଉଭୟ ତଥାଗତ ଶତପଥୀ ଏବଂ ତାଙ୍କ ଧର୍ମପତ୍ନୀ ଆଦ୍ୟାଶା ଦାଶଙ୍କୁ ଏହି ଅବସରରେ ଅଭିନନ୍ଦନ ଜଣାଉଛୁ । ଆଉ ଶୁଭେଚ୍ଛା ବି । ଏକ ମାତ୍ର ମହିଳା ମୁଖ୍ୟମନ୍ତ୍ରୀଙ୍କ ପଦାନୁସରଣ କରି ଅଭ୍ୟା ନନ୍ଦିନୀ ଓଡ଼ିିଶା ଇତିହାସରେ ପୁର୍ନବାର ଏକ ମାଇଲଖୁଟଂ ପ୍ରତିଷ୍ଠା କରିବାର ଆଶା ପ୍ରକଟ କରୁଛୁ । ପ୍ରଭୁ ଜଗନ୍ନାଥ ତାଙ୍କୁ ଭଲରେ ରଖନ୍ତୁ ।
Spread the love