494

ଡ୍ରଗ୍ସ ନେଉଥିଲେ ଅଭିନେତ୍ରୀ ଦୀପିକା ପାଦୁକୋନ୍

ମୁମ୍ବାଇ ୨୨/୦୯ : ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ମାମଲାରେ ଅନେକ ବଲିଉଡ ସେଲିବ୍ରିଟି ନାଁ ସାମ୍ନାକୁ ଆସିଛି  |ଶ୍ରଦ୍ଧା କପୁର, ରକୁଲ ପ୍ରୀତ ସିଂ ଓ ସାରା ଅଲ୍ଲୀ ଖାନଙ୍କ ପରେ ଡ୍ରଗସ୍ ଲିଙ୍କ୍ ମାମଲାରେ ଏନସିବି ରାଡାରକୁ ଆସିଛନ୍ତି ବଲିଉଡର ଟପ୍ ଅଭିନେତ୍ରୀ ଦୀପିକା ପାଦୁକୋନ୍ । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଦୀପିକାଙ୍କୁ ଆଜି କିମ୍ବା ଆସନ୍ତକାଲି ହାଜର ହେବାକୁ ଡାକି ପାରେ । ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରଣ ହେଉଛି । ଅଭିଯୋଗ ମୁତାବକ, ଦୀପିକା ଏକ ଟ୍ୟାଲେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀରେ କାମ କରୁଥିବା କର୍ମଚାରୀ କରିସ୍ମାଙ୍କ ସହ ସମ୍ପର୍କରେ ଥିଲେ । ତାଙ୍କୁ ଡ୍ରଗ୍ସ ମାଗିଥିବା ଚାଟ୍ ଏବେ ଏନସିବି ହାତରେ ଲାଗିଛି । ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ମାମଲାର ତଦନ୍ତ କରୁଥିବା ଏନସିବି ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏନସିବି ହାତରେ ଦୀପିକା ଓ କରିସ୍ମାଙ୍କ ମଧ୍ୟରେ ହୋଇଥିବା ହ୍ବାଟସଆପ ଚାଟ୍ ଲାଗିଛି, ଯେଉଁଥିରେ ଦୀପିକା ପାଦୁକୋନ୍ ଏବଂ କରିସ୍ମା ଡ୍ରଗ୍ସ ବିଷୟରେ କଥା ହେଉଛନ୍ତି । ଦୀପିକା ଏଥିରେ କରିସ୍ମାଙ୍କୁ ପଚାରୁଛନ୍ତି, ‘ତୁମ ପାଖରେ ମାଲ ଅଛି   କି?’ ଏହାର ଉତ୍ତରରେ କରିସ୍ମା କହୁଛନ୍ତି- ‘ହଁ ଟ୍ଟ କିନ୍ତୁ ଘରେ। ମୁଁ ବାନ୍ଦ୍ରା ରେ ଅଛି।’ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ସୁଶାନ୍ତ ସିଂଙ୍କ ପୂର୍ବତନ ମ୍ୟାନେଜର ଶ୍ରୁତି ମୋଦୀ ଏବଂ ଟ୍ୟାଲେଣ୍ଟ ମ୍ୟାନେଜର ଜୟା ଶାହାଙ୍କୁ ସୋମବାର ସିନା ଏଜେନ୍ସି କାର୍ଯ୍ୟାଳୟରେ ହାଜର ହେବାକୁ କହିଥିଲେ । ଅଧିକାରୀ କହିଛନ୍ତି ଯେ ଜୟା ଶାହା ଅପରାହ୍ନ ପ୍ରାୟ ଦୁଇଟା ସମୟରେ ଦକ୍ଷିଣ ମୁମ୍ବାଇର ଏନସିବିର ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି) ଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଏନସିବି ମଙ୍ଗଳବାର ଦିନ ଜୟା ଶାହାଙ୍କୁ ପଚରାଉଚୁରା ପାଇଁ ଡାକିଚି । ପଚରାଉଚୁରାରେ ଅନେକ ମହତ୍ଵପୁର୍ଣ ଖୁଲାସା ହୋଇପାରେ । ଯାଞ୍ଚ ଏଜେନ୍ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏନସିବି ମାଦକ ପଦାର୍ଥ ସହ ଜଡିତ ମାମଲାର ଯାଞ୍ଚ ସମ୍ବନ୍ଧରେ ଅଭିନେତ୍ରୀ ସାରା ଅଲି ଖାନ, ରକୁଲପ୍ରୀତ ସିଂହ ଓ ଫ୍ୟାସନ ଡିଜାଇନର ସିମୋନ ଖମ୍ବାଟାଙ୍କୁ ପଚରାଉଚୁରା ପାଇଁ ଡାକିପାରେ ।
Spread the love