ଅନୁଗୋଳ:(ଜୟନ୍ତପ୍ରଧାନ)ଦୁର୍ନୀତି ଲାଇଭ ,ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ବାଲିପଟା ପଞ୍ଚାୟତ ର ସାଲିସ ବିହିନ ବରିଷ୍ଠ ବିଜେଡି ନେତା ତଥା ବ୍ଲକ ବିଜେଡି ସଭାପତି , ଜରପଡା ୧୭ ନମ୍ବର ଜୋନର ଜିଲ୍ଲା ପରିଷଦ ସଦସ୍ୟ , ପୂର୍ବତନ ସରପଞ୍ଚ , ବାଲିପଟା ସେବା ସମବାୟ ସମିତିର ପୂର୍ବତନ ସଭାପତି , ବିଶିଷ୍ଟ ପରୋପକାରୀ, ସମାଜସେବୀ,ନ୍ୟାୟବନ୍ତ , ଧର୍ମ ପରାୟଣ ବ୍ୟକ୍ତି , ସାମାଜିକ , ଗଣତାନ୍ତ୍ରିକ ମୂଲ୍ୟବୋଧକୁ ବିଶ୍ୱାସ ଏବଂ ସମ୍ନାନ ଦେଉଥିବା ଦୃଢମନା ବ୍ୟକ୍ତି ,ଗରୀବ ଲୋକଙ୍କ ସୁଖ ଦୁଃଖର ସାଥୀ ,ଦୃଢ଼ ସଙ୍ଗଠକ , ସର୍ବୋପରି ଜଣେ ଅଦ୍ୱିତୀୟ ଅଣ କଂଗ୍ରେସ ରାଜନେତା ଶ୍ରୀଯୁକ୍ତ ଶ୍ରୀଧର ଗଡ଼ନାୟକ ଙ୍କ ସୋମବାର ସକାଳେ ହୃଦଘାତରେ ପରଲୋକ ହୋଇଯାଇଛି । ସ୍ୱର୍ଗତ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଅଛି ।
ଅନ୍ୟ ପକ୍ଷରେ ତାଙ୍କର ମର ଶରୀରକୁ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇ ବାଲିପଟା ମୁକ୍ତି ବିହାର ସ୍ଥିତ ଗ୍ରାମ ଶ୍ମଶାନ ଠାରେ ତାଙ୍କର ଯଥାବିଧି ଶେଷ ସତ୍କାର କରାଯାଇଛି । ତାଙ୍କ ବିୟୋଗରେ ଛେଣ୍ଡିପଦା ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ଗଭୀର ଶୋକ ପ୍ରକାଶ ପାଇଛି । ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଦେବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।