କେପ୍ ଟାଉନ: ଗ୍ରୁପ୍-୨ରେ ଅପରାଜେୟ ଇଂଲଣ୍ଡ ଏବଂ ଗ୍ରୁପ୍-୧ରେ ୨ ଲେଖାଏ ବିଜୟ ଓ ପରାଜୟ ସହ ଦ୍ବିତୀୟ ସ୍ଥାନ ପାଇଥିବା ଦକ୍ଷିଣ ଆଫ୍ରିକା ମଧ୍ୟରେ ଶୁକ୍ରବାର ଖେଳାଯାଇଥିଲା ଚଳିତ ଆଇସିସି ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍ର ଦ୍ବିତୀୟ ସେମିଫାଇନାଲ୍। ଏହି ମ୍ୟାଚ୍ରେ ଇଂଲଣ୍ଡକୁ ୬ ରନ୍ରେ ପରାସ୍ତ କରି ଆୟୋଜକ ଦକ୍ଷିଣ ଆଫ୍ରିକା ଫାଇନାଲ୍ ସ୍ଥାନ ସୁରକ୍ଷିତ କରିନେଲା। ଆୟାବୋଙ୍ଗା ଖାକା (୪-୦-୨୯-୪) ଏବଂ ସବ୍ନିମ ଇସ୍ମାଇଲ (୪-୦-୨୭-୩) ଚମତ୍କାର ବୋଲିଂ କରି ଦକ୍ଷିଣ ଆଫ୍ରିକା ବିଜୟର କର୍ଣ୍ଣଧାର ସାଜିଥିଲେ। ଅବଶିଷ୍ଟ ୱିକେଟ୍ଟି ନାଦିନେ ଡି କ୍ଲେର୍କଙ୍କୁ ମିଳିଥିଲା। ଫଳରେ ଉତ୍କଣ୍ଠାପୂର୍ଣ୍ଣ ପ୍ରଥମ ସେମିଫାଇନାଲ୍ରେ ଭାରତକୁ ପରାସ୍ତ କରିଥିବା ଗତଥରର ବିଜେତା ଅଷ୍ଟ୍ରେଲିଆକୁ ରବିବାର ଫାଇନାଲ୍ରେ ଭେଟିବ ଘରୋଇ ଦଳ। ଆୟୋଜକ ଭାବେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ପରେ ଦକ୍ଷିଣ ଆଫ୍ରିକା ତୃତୀୟ ତୃତୀୟ ଦଳ ଭାବେ ଫାଇନାଲ୍ରେ ପହଞ୍ଚିଥିଲା। ମହିଳା ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ମଧ୍ୟ ଦକ୍ଷିଣ ଆଫ୍ରିକା ପ୍ରଥମ ଥର ପାଇଁ ଫାଇନାଲ୍ ପହଞ୍ଚିଛି।
129