168

ଅସ୍ତ୍ରଶସ୍ତ୍ର କିଣିବାରେ ଭାରତ ପ୍ରଥମ

ଅସ୍ତ୍ରଶସ୍ତ୍ର କିଣିବା କଥା ଆସିଲେ ତାଲିକାରେ ପ୍ରଥମ ନମ୍ବରରେ ଆସୁଛି ଭାରତ । ପ୍ରକାଶ ପାଇଥିବା ଏକ ରିପୋର୍ଟ ଆଧାରରେ, ୨୦୧୩-୨୦୧୭ ଏବଂ ୨୦୧୮-୨୦୨୨ ମଧ୍ୟରେ ଅସ୍ତ୍ରଶସ୍ତ୍ର କିଣିବା ୧୧ପ୍ରତିଶତ କମିଥିଲେ ବି ଭାରତ ଏବେ ବି ନମ୍ବର ୱାନରେ ରହିଛି । ବର୍ତ୍ତମାନ ଭାରତ ଅନ୍ୟ ଦେଶଙ୍କଠୁ ଅସ୍ତ୍ରଶସ୍ତ୍ର କିଣିବା ବଦଳରେ ସ୍ୱଦେଶୀ ଅସ୍ତ୍ରଶସ୍ତ୍ର ବ୍ୟବହାର ଉପରେ ଅଧିକ ଗୁରୁତ୍ୱ ଦେଉଛି । ତେଣୁ ପୂର୍ବ ତୁଳନାରେ ଅନ୍ୟ ଦେଶଙ୍କଠୁ ଭାରତ ଅସ୍ତ୍ରଶସ୍ତ୍ର କିଣୁଥିବା କମାଇ ଦେଇଛି ।

 

ସେହିପରି ଥିଙ୍କ୍ ଟ୍ୟାଙ୍କ ଦ୍ୱାରା ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ, ଋଷର ଆକ୍ରମଣ ପରେ ୟୁକ୍ରେନ୍ ୨୦୨୨ରେ ସବୁଠୁ ଅଧିକ ଅସ୍ତ୍ରଶସ୍ତ୍ର କିଣିବା ଦେଶମାନଙ୍କ ମଧ୍ୟରେ ତୃତୀୟ ସ୍ଥାନକୁ ଚାଲିଆସିଛି । ସେହିପରି ଯୁଦ୍ଧ ଭିତରେ ବି ୟୁରୋପିୟ ଦେଶଗୁଡିକ ଋଷଠାରୁ ଅନେକ ପରିମାଣରେ ଅସ୍ତ୍ରଶସ୍ତ୍ର କିଣିଥିବା ରିପୋର୍ଟରୁ ଜଣାପଡିଛି ।
ତେବେ ୨୦୧୮ରୁ ୨୦୨୨ ମଧ୍ୟରେ ସର୍ବାଧିକ ଅସ୍ତ୍ରଶସ୍ତ୍ର କିଣୁଥିବା ୫ଟି ଦେଶ ମଧ୍ୟରେ ଭାରତ, ସାଉଦି ଆରବ୍, କତର, ଅଷ୍ଟ୍ରେଲିଆ ଏବଂ ଚୀନର ନାଁ ସାମିଲ ରହିଛି । ଯେଉଁଥିଲେ ପ୍ରଥମ ସ୍ଥାନରେ ଆସୁଛି ଭାରତ । ଅନ୍ୟପଟେ ସବୁଠୁ ଅଧିକ ଅସ୍ତ୍ରଶସ୍ତ୍ର ବିକ୍ରି କରୁଥିବା ଦେସଙ୍କ ମଧ୍ୟରେ ଆମେରିକା, ଋଷ, ଫ୍ରାନ୍ସ, ଚୀନ୍ ଏବଂ ଜର୍ମାନୀର ନାଁ ଆସୁଛି । ତେବେ ଏହି ତାଲିକାରେ ଯଦି ପାକିସ୍ତାନ ଉପରେ ନଜର ପକାଇବା ତାହେଲେ ପାକିସ୍ତାନ ଏହି ତାଲିକାରେ ୮ମ ସ୍ଥାନରେ ଆସୁଥିବା ବେଳେ, ପାକିସ୍ତାନ ସବୁଠୁ ଅଧିକ ଅସ୍ତ୍ରଶସ୍ତ୍ର ଚୀନଠୁ କିଣୁଥିବା ରିପୋର୍ଟରେ ପ୍ରକାଶ ପାଇଛି

Spread the love