87

ଏମ୍ଆଇ ଓ ଡିଲର ଙ୍କ ମଧୁଚନ୍ଦ୍ରୀକା କୁ ନେଇ ବିଧାୟକଙ୍କୁ ଅଭିଯୋଗ

ଜଗତସିଂହପୁର: ଜଗତସିଂହପୁର ନିର୍ବାଚନମଣ୍ଡଳୀର ନାଉଗାଁ ବ୍ଲକ୍ ବଛାଳୋ ପଞ୍ଚାୟତ ରେ ଡିଲର କେଦାର ଲେଙ୍କା ଙ୍କ ମନମୁଖି ରେ ରାସନ୍ ହିତାଧିକାରୀ ଙ୍କ ରାସନ୍ ଚାଉଳ ରୁ ଚାଉଳ କାଟୁଥିଲେ।ଜାହାକୁ ନେଇ ଉକ୍ତ ପଞ୍ଚାୟତ ରେ ଏକ ଅସନ୍ତୋଷ ପ୍ରକାଶ ପାଇଥିଲା।ଜାହାକୁ ନେଇ ନାଉଗାଁ ବ୍ଲକ୍ ଅଧିକାରୀ ଙ୍କ ଠାରୁ ଏମ ଆଇ ଙ୍କୁ ମଧ୍ୟ ଜଣାଇଥିଲେ। ପରେ ଏମ ଆଇ ବଛାଳୋ ଗ୍ରାମରେ କେଦାର ଲେଙ୍କା ଙ୍କ ଡିଲରପଏଣ୍ଟ ରେ ଚଢ଼ାଉ କରିବା ସହିତ ଓଜନ ମାପ କରି ଜାଣିବାକୁ ପାଇଥିଲେ ଡିଲର ଗରିବ ଲୋକଙ୍କ ଚାଉଳ କାଟି ଦେଉଥିବା।ସମସ୍ତ ପ୍ରମାଣ ପାଇବା ପରେ। ଆଜି ପର୍ଯ୍ୟନ୍ତ ନିରବ କଣ ପାଇଁ କାର୍ଯ୍ୟାନୁଷ୍ଠାନ ନେବାକୁ ପଛେଇଲେ କାହିଁକି ।ସେହିପରି ନାଉଗାଁ ଅଞ୍ଚଳରେ ଜଣେ ଡିଲର ଚୋରା ମଦ ବ୍ୟବସାୟ କରି ଧରାପଡ଼ି ଥାନାରେ ଭର୍ତି ହୋଇଥିବା ବେଳେ। ନାଉଗାଁ ଏମ ଆଇ ସବୁ ଜାଣିଶୁଣି ଚୁପ୍ ବସିଛନ୍ତି।ଜାହାକୁ ନେଇ ସାଧାରଣରେ ଏକ ବିରାଟ ପ୍ରଶ୍ନବାଚୀ ଛିଡ଼ା କରିଛି।ଏଠି କାହା ନିର୍ଦେଶ ରେ ଏମ ଆଇ ଆଖିବୁଜି ଛନ୍ତି ନା ଭିତିରି ମଧୁଚନ୍ଦ୍ରୀକା ରହୁଛି।ଜାହାକୁ ନେଇ ସାଧାରଣରେ ଏକ ବିରାଟ ପ୍ରଶ୍ନବାଚୀ ଛିଡ଼ା କରିଛି। ଏଭଳି ଜଣେ ସରକାରୀ କର୍ମଚାରୀମାନଙ୍କୁ ନାଉଗାଁ ବ୍ଲକ୍ ଅଞ୍ଚଳ ରୁ ଅନ୍ୟତ୍ର ବଦଳି କରିବା ଓ ଡିଲରଙ୍କୁ ବିତାଡ଼ିତ କରିବାକୁ ନେଇ ଶତାଧିକ ରାସନ୍ କାର୍ଡ ଧାରୀ ଜଗତସିଂହପୁର ନବ ନିର୍ବାଚିତ ବିଧାୟକ ଙ୍କୁ ଅଭିଯୋଗ କରିଥିଲେ

Spread the love