ନୂଆଦିଲ୍ଲୀ ୨୫/୦୭ : କରୋନା ମହାମାରୀ ଯୋଗୁଁ ଅନେକ ରାଜ୍ୟ ପୁଣିଥରେ ଆଂଶିକ ଲକଡାଉନ ବଢ଼ାଇଛନ୍ତି | ଏହିଭଳି ପରିସ୍ଥିତିରେ ସେହି ସବୁ ରାଜ୍ୟକୁ ଅଧିକ ସଂଖ୍ୟକ ଯାତ୍ରୀ ଯିବା ଆସିବା ନ କରିବାରୁ ଏବଂ ଅନେକ ସ୍ଥାନରେ ଲକଡାଉନ ଯୋଗୁଁ ବିମାନ ସେବା ବାଧାପ୍ରାପ୍ତ ହେବା ଯୋଗୁଁ ସରକାର ବର୍ତ୍ତମାନ ବିମାନ ଭଡା କମ କରିବାକୁ ଚାହୁଁ ନାହାନ୍ତି |କରୋନା ମହାମାରୀକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଘରୋଇ ବିମାନ ସେବା ଭଡାର ଉପସ୍ଥିତ ବ୍ୟବସ୍ଥା ଆହୁରି ୩ ମାସ ପାଇଁ ପାଇଁ ବଢ଼ାଇ ଦେଇଛନ୍ତି | ସରକାର କହିଛନ୍ତି, ଯଦି ଆବଶ୍ୟକ ପଡେ ତାହେଲେ ସେବା ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯିବ | ଏହି ବ୍ୟବସ୍ଥା ନଭେମ୍ବର ୨୪ ତାରିଖ ମଧ୍ୟ ରାତ୍ରି ଯାଏଁ ଜାରି ରହିବ | ସରକାରୀ ଏୟାରଲାଇନ୍ସ ଉଡାଣ କ୍ଷମତା ସମୟ ମଧ୍ୟ ସରକାର ନଭେମ୍ବର ୨୪ ତାରିଖ ଯାଏଁ ବଢ଼ାଇ ଦେଇଛନ୍ତି | ନାଗରିକ ଉଡ୍ଡୟନ ମନ୍ତ୍ରାଳୟ ନୋଟିଫିକେସନ ଜାରି କରି କହିଛନ୍ତି ଯେ କେବଳ ସରକାରଙ୍କ ଠାରୁ ଅନୁମତି ମିଳିବା ପରେ ହିଁ ଏୟାରଲାଇନ୍ସ ବିମାନ ସେବା ପରିଚାଳନା ବଢ଼ାଇ ପାରିବେ | ବର୍ତ୍ତମାନ ଦେଶରେ ମୋଟ କ୍ଷମତାର ୩୩ ପ୍ରତିଶତ ବିମାନ ପରିଚାଳନା ହେଉଛି | ସରକାର ଘରୋଇ ରୁଟରେ ବିମାନ ଭଡା ସମୟସୀମା ଅଗଷ୍ଟ ୨୪ ତାରିଖ ଯାଏଁ ରଖିଥିଲେ କିନ୍ତୁ ତାକୁ ବି ଆଗାମୀ ୩ ମାସ ପାଇଁ ନିଜ ପାଖରେ ହିଁ ରଖିଛନ୍ତି |
130