85

ଆହାର ସେବନ ବେଳେ ଏଭଳି କରନ୍ତୁ …..ମିଳିବ ଅନେକ ଫାଇଦା

୧. ସର୍ବଦା ଏକାନ୍ତ ସ୍ଥାନରେ କିମ୍ଵା ଉତ୍ତମ ବାତା ବରଣରେ ବସି ଖାଦ୍ୟଗ୍ରହଣ କରିବା ଉଚିତ ।
୨.ଖାଦ୍ୟ ଗ୍ରହଣ ସମୟରେ ମାନସିକ ବିକାର (ଯଥା- ରାଗ, ଦ୍ୱେଷ, ଚିନ୍ତା, ଭୟ, ଲୋଭ ) ରୁ ଦୂରରେ ରହିବା ଉଚିତ ।
୩. ଆମାଶୟରେ ଅର୍ଦ୍ଧଭାଗ ଖାଦ୍ୟସାର , ଏକ ଚତୁର୍ଥାଂଶ ଜଳ ଦ୍ୱାରା ଏବଂ ବାଜି ଏକ ଚତୁର୍ଥାଂଶ ବାୟୁ ଚଳାଚଳ ନିମନ୍ତେ ଛାଡିବା ଉଚିତ ।
୪. ଖାଦ୍ୟଗ୍ରହଣ ମଧ୍ୟେ ଜଳ ଗ୍ରହଣ କରିବା ସର୍ବୋତ୍ତମ ଅଟେ। ସ୍ଥୂଳ ବ୍ୟକ୍ତି ଖାଦ୍ୟ ଗ୍ରହଣ ପୂର୍ବରୁ ଏବଂ କୃଶ ବ୍ୟକ୍ତି ଖାଦ୍ୟଗ୍ରହଣ ପରେ ଜଳ ଗ୍ରହଣ କରିବା ଉଚିତ ।
୫. ଖାଦ୍ୟ ସର୍ବଦା ସ୍ଵାଦିଷ୍ଟ ଏବଂ ପାଚନୀୟ ହେବା ଉଚିତ୍‌ ।
୬. ଆବଶ୍ୟକ ମାତ୍ରାରେ ଖାଦ୍ୟ ଗ୍ରହଣ କରିବା ଉଚିତ୍ ।
୭. ଖାଦ୍ୟକୁ ସର୍ବଦା ଖୁସି ମନରେ ଖାଇବା ଉଚିତ ।
୮. ପୂର୍ବ ଗ୍ରହଣୀୟ ଖାଦ୍ୟ ଜୀର୍ଣ୍ଣ ହେବା ପରେ ପୁନଃ ଖାଦ୍ୟ ଗ୍ରହଣ କରିବା ଉଚିତ ।
୯. ସର୍ବଦା ଉପଯୁକ୍ତ ଆସନରେ ଏବଂ ଉପଯୁକ୍ତ ବାତାବରଣରେ ବସି ଖାଦ୍ୟ ଗ୍ରହଣ କରିବା ଉଚିତ୍।
୧୦. ଖାଦ୍ୟର ଗୁଣ , ତାର ପ୍ରସ୍ତୁତିକରଣର ବିଶେଷ ବିଧି ଏବଂ ତାହାର ଶରୀର ଉପରେ ପ୍ରଭାବ ଓ ରୋଗ ଉତ୍ପତ୍ତିର କାରଣ ବିଷୟରେ ସବିସ୍ତାର (ସଂପୂର୍ଣ୍ଣ) ରୂପେ ଆଯୁର୍ବେଦରେ ବର୍ଣ୍ଣିତ ହୋଇଛି।
Spread the love