ଆଳି,୩୦/୭(ଓଡ଼ିଆନ୍ ମିଡ଼ିଆ): ଓଡ଼ିଶାର ପ୍ରଥମ ପ୍ଲାଜ୍ମା ଦାନ କରିଥିବା ଯୁବକ ହେଉଛନ୍ତି ଆଳି ବ୍ଲକ୍ ରାଧାନଗରର ମନୋଜ ବରାଳ । ସେ କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଛନ୍ତି । ପ୍ଲାଜ୍ମା ଦ୍ୱାରା କରୋନା ଆକ୍ରାନ୍ତଙ୍କୁ ଭଲ କରାଯାଇପାରୁଥିବାର ବିଶେଷଜ୍ଞଙ୍କ ପରାମର୍ଶ ପରେ ଦିଲ୍ଲୀ ସରକାର ପ୍ରଥମ କରି କରୋନା ଆକ୍ରାନ୍ତଙ୍କୁ ପ୍ଲାଜ୍ମା ଦ୍ୱାରା ଚିକିତ୍ସା ଆରମ୍ଭ କରାଇଥିଲେ । ଫଳରେ କରୋନା ରୋଗୀମାନେ ସୁସ୍ଥ ହୋଇଥିଲେ । ଏହି ଘଟଣାପରେ ଓଡ଼ିଶା ସରକାର ମଧ୍ୟ ଏହି ଚିିକିତ୍ସା କରିବାକୁ ମନବଳାଇଥିଲେ । ଜଣେ ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତ ହିଁ ପ୍ଲାଜ୍ମା ଦାନ କରି ପାରିବେ ବୋଲି ସରକାର କହିଥିଲେ । ରାଜ୍ୟସରକାରଙ୍କ ଆହ୍ୱାନକୁ ଆଳିର ଏହି ଯୁବକ ମନୋଜ ପ୍ରଥମେ ଆଗେଇ ଆସିଥିଲେ । ସେ ପ୍ରଥମେ ପ୍ଲାଜ୍ମା ଦାନ କରିଥିଲେ। ରାଜ୍ୟସରକାରଙ୍କ ଆହ୍ୱାନକୁ ମନୋଜଙ୍କ ପଦକ୍ଷେପକୁ ସମସ୍ତେ ପ୍ରଶଂସା କରିଛନ୍ତି । ଶୁକ୍ରବାର ଆଳି ବିଧାୟକ ପ୍ରତାପକେଶରୀ ଦେବ ମନୋଜଙ୍କ ଘର ରାଧାନଗରକୁ ଯାଇ ତାଙ୍କୁ ପୁଷ୍ପମାଲ୍ୟ ଅର୍ପଣ ସହିତ ଉତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଛନ୍ତି । ଏହା ସହିତ ଶ୍ରୀଦେବ କହିଛନ୍ତିଯେ, ଏଭଳି ଘଡ଼ିସନ୍ଧି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନକୁ ଆଳିର ଯୁବକଙ୍କ ପଦକ୍ଷେପ ନିଶ୍ଚିନ୍ତ ଭାବେ ଆମକୁ ପ୍ରେରଣା ଦେଇଛି । ତାଙ୍କ ଭଳି ଅନ୍ୟମାନେ ପ୍ଲାଜ୍ମା ଦାନ କରିବାକୁ ସେ କହିଛନ୍ତି ।
109