93

ଭଉଣୀ ସୁଭଦ୍ରାଙ୍କ ରାକ୍ଷୀ ପିନ୍ଧିଲେ, ଲକ୍ଷେ ତୁଳସୀରେ ସଜ ହେଲେ ।

କେନ୍ଦ୍ରାପଡା ୩।୮(ଓଡିଆନ ମିଡିଆ): ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀବଳଦେବଜୀଉଙ୍କ ଜନ୍ମ ମହୋତ୍ସବ ଅବସରରେ ଏକ ଲକ୍ଷ ତୁଳସୀ ଅର୍ପଣ ପୂର୍ବକ ପୂଜାର୍ଚ୍ଚନା କରାଯାଇଛି । ଏହା ସହିତ ଶ୍ରୀକ୍ଷେତ୍ରରୁ ଭଉଣୀ ସୁଭଦ୍ରା ବଡ଼ ଭାଇ ଶ୍ରୀବଳଦେବଙ୍କ ପାଇଁ ପଠାଇଥିବା ରାକ୍ଷୀକୁ ମଧ୍ୟ ଆଜି ପିନ୍ଧିଛନ୍ତି । ସକାଳୁ ସକାଳୁ ମଙ୍ଗଳାଆଳତୀ ପରେ ମହାପ୍ରଭୁ ଶ୍ରୀଶ୍ରୀସିଦ୍ଧ ବଳଦେବଜୀଉଙ୍କ ଜନ୍ମଉତ୍ସବ ପାଇଁ ସ୍ୱତନ୍ତ୍ର ଭାବେ ପୂଜାର୍ଚ୍ଚନା କରାଯାଇଥିଲା । ହେଲେ ଚଳିତ ବର୍ଷ ବିନା ଭକ୍ତରେ ମନ୍ଦିରରେ ସମସ୍ତ ନିତିକାନ୍ତି ସମାପନ କରାଯାଇଛି । ଏହି କାରଣରୁ ଭକ୍ତମାନେ ନିରାସ ହୋଇଛନ୍ତି । ଆଜି ଭଳି ଦିନରେ ହଜାର ହଜାର ଭକ୍ତଙ୍କ ହରିବୋଲ ହୁଳହୁଳି ଆଉ ଜୟ ଜୟ କାର ଧ୍ୱନୀରେ ପ୍ରକମ୍ପିତ ହୋଇଉଠିଥାନ୍ତା ଶ୍ରୀବଳଦେବଜୀଉ ମନ୍ଦିର । ହେଲେ ସବୁ ଫିକା ପଡ଼ିଲା । ଖାଁଖାଁ ମନ୍ଦିର ପରିବେଶ । ସେବାୟତ ଏବଂ ସେବକ ମାନଙ୍କ ଦ୍ୱାରା ଶ୍ରୀବଳଦେବଜୀଉଙ୍କୁ ସମର୍ପିତ କରାଗଲା ତୁଳସୀ । ଯାହାକି ଚଳିତ ଶତାବ୍ଦୀରେ ପ୍ରଥମ ବୋଲି କୁହାଯାଉଛି । ଶ୍ରୀବଳଦେବଜୀଉଙ୍କର ମନଲୋଭା ରୂପକାନ୍ତି ଦରଶନରୁ ବଂଚିତ ହେଲେ ଭକ୍ତ ଯାହାକି ତୁଳସୀକ୍ଷେତ୍ରର ଭକ୍ତମାନଙ୍କ ମଧ୍ୟରେ ନୈରାଶ୍ୟ ଦେଖାଦେଇଛି ।
Spread the love