ରାଜକନିକା୩/୮(ଓଡ଼ିଆନ୍ ମିଡ଼ିଆ): କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ୍ ଶାସନ ଗ୍ରାମରେ ରହିଛି ଏକ ବିରଳ ପରମ୍ପରା । ପ୍ରାୟ ଶହେ ଫୁଟ୍ ଲମ୍ବର ଏକ ବିଶାଳ ଶ୍ରୀବଳଦେବଜୀଉଙ୍କର ପ୍ରତିମା ମାଟିରେ ଗଢ଼ି ପୂଜା କରନ୍ତି ଗ୍ରାମବାସୀ । ଶହ ଶହ ବର୍ଷର ଏହି ପରମ୍ପରା ଶାସନ ଗ୍ରାମରେ ରହିଆସିଛି । ଗ୍ରାମର ଆବାଳ ବୃଦ୍ଧବନିତା ସମସ୍ତେ ଧର୍ମୀୟ ଭାବଧାରାରେ ନିଜକୁ ସାମିଲ କରି ଆଜିର ଦିନରେ ଗଢ଼ିଥାନ୍ତି ଏହି ବିଶାଳକାୟ ଶ୍ରୀବଳଦେବଜୀଉଙ୍କ ପ୍ରତିମା । ପବିତ୍ର ଗହ୍ମାପୂର୍ଣ୍ଣମୀ, ରକ୍ଷାବନ୍ଧନ ଏବଂ ବଳଦେବଙ୍କ ଜନ୍ମଉତ୍ସବରେ ଏହି ମାଟିରେ ଗଢ଼ା ପ୍ରତିମାରେ ସ୍ୱତନ୍ତ୍ର ଭାବେ ଫୁଲ, ଚନ୍ଦନ ଦେଇ ପୂଜାର୍ଚ୍ଚନା କରି ଗ୍ରାମବାସୀମାନେ ପ୍ରଭୁ ଶ୍ରୀଶ୍ରୀ ସିଦ୍ଧ ବଳଦେବଜୀଉଙ୍କୁ ପ୍ରାର୍ଥନା କରିଆସୁଛନ୍ତି ।
136