174

ପଦ୍ମପୁର ଉପଜିଲ୍ଲାପାଳ ବିଲରେ ମାଟିହାଣି ଶ୍ରମିକଙ୍କୁ କଲେ ଉତ୍ସାହିତ

ବରଗଡ଼,୩/୮(ଓଡିଆନ ମିଡ଼ିଆ) : ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ ଦରୁଆନ   ମନରେଗା କାମର   ସମୀକ୍ଷା  କରିବାକୁ ଯାଉଥିଲେ  ।  କନସିଂହା ପଞ୍ଚାୟତ ଗୌଡ଼ପାଲି ଗାଁରେ ୪୦ରୁ ଅଧିକ ଶ୍ରମିକ ଗୋଟିଏ ସ୍ଥାନରେ ମାଟି ହାଣୁଥିବା ଦେଖି ଅଟକି ଯାଇଥିଲେ ଉପଜିଲ୍ଲାପାଳ ।  ଉପଜିଲ୍ଲାପାଳ ଶ୍ରୀଦରୁଆନ  ନିଜେ କୋଡ଼ି କୋଦାଳ ଧରି ବିଲକୁ ଓହ୍ଲାଇ ମାଟିହାଣି ପ୍ରବାସୀ ଶ୍ରମିକଙ୍କୁ ଉତ୍ସାହିତ କରିଛନ୍ତି । ଏଥିସହ ଏଠି କାମ ଥିବାରୁ ବାହାରକୁ କେହି ଯିବାର ଦରକାର ନାହିଁ ବୋଲି ଶ୍ରମିକଙ୍କୁ ଆହ୍ୱାନ ଦେଇଛନ୍ତି ।  ସେମାନଙ୍କ ଭିତରେ ଅନେକ ପ୍ରବାସୀ ଶ୍ରମିକ ଥିବା ବେଳେ ଲକ୍‌ଡ଼ାଉନରେ ଫେରି ଏବେ ମନରେଗା ଯୋଜନାରେ କାମ କରୁଥିବା ଜାଣିବାକୁ ପାଇଥିଲେ । ତେବେ ଉତ୍ସାହ ପ୍ରଦାନ କରିବା ପାଇଁ ଶ୍ରୀ ଦରୁଆନ କୋଦାଳ ଧରି ସିଧା ବିଲକୁ ଓହ୍ଲାଇ ମାଟି ହାଣିବାରେ ଲାଗିଥିଲେ । ଏହାକୁ ଦେଖି ଶ୍ରମିକମାନେ ଖୁସି ଅନୁଭବ କରିଥିବା ବେଳେ ଆଉ ଦାଦନ ନଯିବାକୁ ପ୍ରବାସୀ ଶ୍ରମିକ ପ୍ରକାଶ କରିବା ପରେ ତାଙ୍କୁ ପ୍ରଶଂସା କରିଥିଲେ । ତେବେ ଉପଜିଲ୍ଲାପାଳ ଶ୍ରୀ ଦରୁଆନଙ୍କ ଏଭଳି ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଇଛି ।
Spread the love